Featuredଭାଇରାଲ୍ ଭିଡିଓ

ଏମିତିବି ଆସେ ମୃତ୍ୟୁ ? ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଭୁବନେଶ୍ୱର: ମୃତ୍ୟୁ କେତେବେଳେ ଆଉ କେଉଁ ମୁହୂର୍ତ୍ତରେ ଆସେ ତାହା ତାହା କେହି ଜାଣିନାହାନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି , ଯେଉଁଥିରେ ଜଣେ ଯୁବକ ନାଚୁଥିବା ବେଳେ ହଠାତ୍ ମୃତ୍ୟୁ ବରଣ କରୁଛନ୍ତି ।

ତେଲେଙ୍ଗାନାରେ ତାଙ୍କ ସମ୍ପର୍କୀୟଙ୍କ ବିବାହରେ ନାଚୁଥିବା ବେଳେ ଜଣେ ଯୁବକ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ବୟସ ମାତ୍ର ୧୯ ବର୍ଷ ଥିଲା। ଶନିବାର ରାତିରେ ଏହି ଘଟଣା ଘଟିଛି। ମହାରାଷ୍ଟ୍ରର ମୃତ୍ୟମ ହାଇଦ୍ରାବାଦ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ନିର୍ମଲ ଜିଲ୍ଲାର ପାରଡି ଗ୍ରାମରେ ସମ୍ପର୍କୀୟଙ୍କ ବିବାହ ଭୋଜିରେ ନାଚୁଥିଲେ।

ଭିଡିଓରେ ଯୁବକ ଜଣକ ଅତିଥିମାନଙ୍କ ଉପସ୍ଥିତିରେ ତାଙ୍କର ପ୍ରିୟ ଗୀତରେ ନାଚୁଛନ୍ତି। ନାଚିବାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ଅତିଥିମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଡାକ୍ତରମାନେ କହିଛନ୍ତି ଯେ ଯୁବକଙ୍କର ହୃଦଘାତ ହୋଇଥିଲା। ଚାରି ଦିନ ମଧ୍ୟରେ ତେଲେଙ୍ଗାନାରେ ଏହା ହେଉଛି ଦ୍ୱିତୀୟ ଘଟଣା । ତେବେ ପୁଅର ଏଭଳି ମୃତ୍ୟୁକୁ ନେଇ ତାଙ୍କ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com