ଅନ୍ୟାନ୍ୟକ୍ରୀଡ଼ା

ଗ୍ରେଟ୍ ଖଲି ଏବଂ ପାର୍କର ବୋର୍ଡୋଙ୍କ ମଧ୍ୟରେ ମ୍ୟାଚ୍

ଭୁବନେଶ୍ୱର ,ଭାରତର ପ୍ରଥମ ସୁପରଷ୍ଟାର ଦି ଗ୍ରେଟ୍ ଖଲିଙ୍କର WWE ରେ ଏକ ଉଲ୍ଲେଖନୀୟ ଯାତ୍ରା ଥିଲା । WWEରେ ତାଙ୍କର ପ୍ରଥମ ମ୍ୟାଚ୍ ସବୁଆଡେ ଚର୍ଚ୍ଚାର ବିଷୟ ଥିଲା । ଦି ଗ୍ରେଟ୍ ଖଲି Raw ରେ ଡ୍ରାଫ୍ଟ ହେବା ପରେ, WrestleMania ୨୩ ରେ କେନଙ୍କୁ ପରାସ୍ତ କରିଥିଲେ।ପରବର୍ତ୍ତୀ ସମୟରେ ସେ ତତ୍କାଳୀନ ବିଶ୍ୱର ହେଭିୱେଟ୍ ଚାମ୍ପିଅନ ଜନ୍ ସେନାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୁନ୍ ୨୦୦୭ରେ Raw ରେ ୨୦ ଜଣଙ୍କ ଯୁଦ୍ଧ ରୟାଲ୍ ଜିତି ଦି ଗ୍ରେଟ୍ ଖଲି ତାଙ୍କର ପ୍ରଥମ ଏବଂ ଏକମାତ୍ର ବିଶ୍ୱ ହେଭିୱେଟ୍ ଚାମ୍ପିଅନସିପ୍ ଜିତିଥିଲେ, କିନ୍ତୁ ସେ ମାତ୍ର ତିନି ମାସ ପାଇଁ ଏହି ଟାଇଟଲ୍ ବଜାୟ ରଖିଥିଲେ।ଗ୍ରେଟ୍ ଖଲିଙ୍କୁ ଶେଷ ଥର ପାଇଁ ୨୦୧୮ ମସିହାରେ WWEର ଗ୍ରେଟେଷ୍ଟ ରୟାଲ୍ ରମ୍ବଲ୍‌ରେ ଲଢ଼ୁଥିବାର ଦେଖାଯାଇଥିଲା। ଏବେ, ତାଙ୍କ ଏକାଡେମୀ CWE ସୋସିଆଲ ମିଡିଆରେ ତାଙ୍କର ରିଙ୍ଗରେ ଫେରିବା ଘୋଷଣା କରିଛି।

WWE ଛାଡିବା ପରେ, ଦି ଗ୍ରେଟ୍ ଖଲି ଭାରତରେ ପ୍ରୋ-ରେସଲିଂକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହି ଦୃଷ୍ଟିକୋଣ ସହିତ ସେ ୨୦୧୫ ରେ କଣ୍ଟିନେଣ୍ଟାଲ ରେସଲିଂ  Entertentment (CWE) ପ୍ରତିଷ୍ଠା କରିଥିଲେ। ପଞ୍ଜାବର ଜଳନ୍ଧରରେ ଅବସ୍ଥିତ CWE ଏକାଡେମୀ ଅନେକ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିଛି ।ଯେଉଁଥିରେ WWEର ପ୍ରଥମ ଭାରତୀୟ ମହିଳା ରେସଲିନ୍ କବିତା ଦେବୀ ଏବଂ ଦିଲଶେର ଶାଙ୍କି ମଧ୍ୟ ସାମିଲ ଅଛନ୍ତି, । ଯେଉଁମାନେ ଉଭୟ WWEରେ, ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୨୦୨୧ରେ, ଦି ଗ୍ରେଟ୍ ଖଲିଙ୍କୁ WWE ହଲ୍ ଅଫ୍ ଫେମରେ ସାମିଲ କରାଯାଇଥିଲା।

Related Articles

Back to top button