ଅନ୍ୟାନ୍ୟଜାତୀୟ

ଇଣ୍ଡିଗୋ ସ୍ଲଗ ଅନ୍ୟ ବିମାନ କଂପାନିକୁ ଦିଆଯିବ

ଭୁବନେଶ୍ୱର ,ଶୀତ ଋତୁରେ ଇଣ୍ଡିଗୋର ବିମାନ ଉଡ଼ାଣ ୫ ପ୍ରତିଶତ ହ୍ରାସ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।

ଏହାସହ ଏହି ଉଡ଼ାଣ ସ୍ଲଟ ଅନ୍ୟ ବିମାନ କଂପାନିକୁ ପ୍ରଦାନ କରାଯାଇଛି । ସେପଟେ DGCA ଇଣ୍ଡିଗୋକୁ ୫ ପ୍ରତିଶତ ବିମାନ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଳରେ ଦୈନିକ ଇଣ୍ଡିଗୋର ୧୧୫ ବିମାନକୁ ଆଉ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ ।

ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ନୂଆ ଉଡ଼ାଣ ସିଡ୍ୟୁଲ ଦାଖଲ ପାଇଁ DGCA ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button