ଅନ୍ୟାନ୍ୟଜୀବନଶୈଳୀ

ଆସନ୍ତା ୧୨ ତାରିଖ ଯାଏ ଜାରି ରହିବ ଶୀତ

ଭୁବନେଶ୍ୱର ,ପ୍ରାୟ ସପ୍ତାହେ ହେଲାଣି, ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିନ ତମାମ କୋହଲା ଶୀତର ପ୍ରଭାବ ରହୁଥିବା ବେଳେ ସନ୍ଧ୍ୟା ୫ଟା ପରେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି।

ମଧ୍ୟରାତ୍ରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।  ପାହାନ୍ତିଆରୁ ଘନ କୁହୁଡି ପାଇଁ ଜିରୋ ଭିଜିବିଲିଟି ଲୋକଙ୍କ ଯାତାୟତରେ ବି ସମସ୍ୟା ଉପୁଜୁଛି। ଶୀତ ଛଡ଼ାଇବାକୁ ଘଣ୍ଟା ଘଣ୍ଟା ନିଆଁ ପୁଉଁଛନ୍ତି ଲୋକେ।

ପାଣିପାଗ ବିଜ୍ଞାନୀ ଆକଳନ  କରିଛନ୍ତି କାଲିଠୁ, ଆହୁରି ବଢିବ ଶୀତ। ଆସନ୍ତା ୧୨ ତାରିଖ ଯାଏ ଶୀତର ପ୍ରକୋପ ଜାରି ରହିବ। ଆସନ୍ତା ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୀତ କମିବ।

କିଛିଦିନ ହେବ ରାଜ୍ୟରେ, ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସଂଧ୍ୟା ହେବା ପରେ ,ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନଶାନ ହେଇଯାଉଛି।

Related Articles

Back to top button