ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବିଶ୍ୱ ସ୍ତରରେ ମିଳିଲା ମାନ୍ୟତା।

ଭୁବନେଶ୍ୱର ,ଭାରତର ମୋଟ ୧୬ଟି ସାଂସ୍କୃତିକ ପରମ୍ପରା ୟୁନେସ୍କୋରେ ସାମିଲ ହୋଇଛି।ଦୀପାବଳିକୁ ଆନୁଷ୍ଠାନିକ ଭାବରେ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି। ଭାରତ ପାଇଁ ,ଏକ ଐତିହାସିକ ଦିନ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଥିଲା।

ୟୁନେସ୍କୋ ତାଲିକାରେ ସାମିଲ ହେଲା ଭାରତର ସବୁଠୁ ପ୍ରିୟ ଆଲୋକର ପର୍ବ ଦୀପାବଳି। ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ମାନ୍ୟତା ପାଇଛି ଦୀପାବଳି। ପ୍ରଧାନମନ୍ତ୍ରୀ ମୋଦୀ, ଖୁସି ପ୍ରକାଶ କରି ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ ଏବଂ ଗର୍ବିତ।

ଆମ ପାଇଁ, ଦୀପାବଳି କେବଳ ଏକ ପର୍ବ ନୁହେଁ, ବରଂ ଆମର ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡିତ।ଏହା ଆଲୋକ ଏବଂ ଧାର୍ମିକତାର ପ୍ରତୀକ। ୟୁନେସ୍କୋର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳିର ଅନ୍ତର୍ଭୁକ୍ତି ଏହି ପର୍ବକୁ ବିଶ୍ୱ ସ୍ତରରେ ଆହୁରି ଲୋକପ୍ରିୟ କରିବ।

Related Articles

Back to top button