ସୋସିଆଲ ମିଡ଼ିଆରେ ସମସ୍ତେ ଆକ୍ଟିଭ୍

ଭୁବନେଶ୍ୱର,ଆଜିକାଲି ସୋସିଆଲ ମିଡ଼ିଆରେ ସମସ୍ତେ Active। ଯାହା ବିନା ଏବେକା ସମୟରେ ବଞ୍ଚିବା ଅଧିକାଂଶଙ୍କ ପାଇଁ ସମ୍ଭବ ମଧ୍ୟ ନୁହେଁ। କିନ୍ତୁ ଏବେ ସରକାର ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଚନ୍ତି। ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି।ଏହା ଭାରତ ପାଇଁ ନୁହେଁ। ନିୟମଟି ଅଷ୍ଟ୍ରେଲିଆରେ ଲାଗୁ ହେବାକୁ ଯାଉଛି ଏହି ନିୟମ। ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନ ଲାଗୁ କରିଛନ୍ତି, ଅଷ୍ଟ୍ରେଲିଆ ସରକାର। ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିଯିବ। ୧୦ ଡିସେମ୍ବର ଅର୍ଥାତ ଆଜିଠାରୁ ଅଷ୍ଟ୍ରେଲିଆରେ ଶିଶୁ ମାନେ ଆଉ ଚଲାଇ ପାରିବେ ନାହିଁ ସୋସିଆଲ ମିଡିଆ। ଯଦି କୌଣସି କମ୍ପାନୀ ଏହାକୁ ଅବମାନନା କରେ, ତେବେ ତାକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆନ୍ ଡଲାର ବା ପ୍ରାୟ ୨୮୩ କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ।ଏପର୍ଯ୍ୟନ୍ତ, ୧୦ ଟି ପ୍ଲାଟଫର୍ମକୁ ଏହି ନିଷେଧ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ସ୍ନାପଚଟ୍, ଥ୍ରେଡ୍ସ, ଟିକଟକ୍, ଟ୍ୱିଚ୍, ଏକ୍ସ, ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ୍, କିକ୍ ଏବଂ ରେଡିଟ୍ ଅନ୍ତର୍ଭୁକ୍ତ। ଆବଶ୍ୟକ ହେଲେ କର୍ତ୍ତୃପକ୍ଷ ଏହି ତାଲିକାକୁ ଅପଡେଟ୍ କରିପାରିବେ।




