ଅନ୍ତର୍ଜାତୀୟବାଣିଜ୍ୟ

ଏଲନ ମସ୍କ ଇତିହାସ ରଚିଛନ୍ତି।

ଭୁବନେଶ୍ୱର ,ଏଲନ ମସ୍କ ଙ୍କର ସମ୍ପତ୍ତି ଗତ ୨୪ଘଣ୍ଟା ମଧ୍ୟରେ, ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି।  ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୬୦୦ ବିଲିୟନ  ଡଲାର ଅତିକ୍ରମ କରିଛି। ମସ୍କଙ୍କ ସମ୍ପତ୍ତିରେ ଏହି ଆଶ୍ଚର୍ଯ୍ୟଜନକ ବୃଦ୍ଧି ତାଙ୍କ ରକେଟ ନିର୍ମାଣକାରୀ କମ୍ପାନି ସ୍ପେସଏକ୍ସର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ହୋଇଥିବା ଜଣାଯାଇଛି। ଏଲନ୍ ମସ୍କଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି, ତାଙ୍କର କମ୍ପାନି ଟେସଲା, ସ୍ପେସ୍ଏକ୍ସ, ଏକ୍ସ, ଏକ୍ସଏଆଇ ଇତ୍ୟାଦି। ଟେସଲା ଏବଂ ସ୍ପେସ୍ଏକ୍ସରୁ ସେ ଅଧିକ ଟଙ୍କା ରୋଜଗାର କରନ୍ତି।ଏହି କାରଣରୁ ସେ ବିଶ୍ୱର ଅନ୍ୟ ସମସ୍ତ କୋଟିପତିଙ୍କୁ ପଛରେ ପକାଇ ଦେଇଛନ୍ତି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିଠାରୁ ମସ୍କ କେବଳ ଚଳିତ ବର୍ଷରେ ଅଧିକ ଆୟ କରିଛନ୍ତି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ମସ୍କଙ୍କ ସମ୍ପତ୍ତି ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କେବଳ ଭାରତରେ ନୁହେଁ ବରଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି। ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୦୨୫ ପାଇଁ ଏଲନ୍ ମସ୍କଙ୍କ ଆୟ ଅମ୍ବାନୀ ଏବଂ ଆଦାନୀଙ୍କ ମିଳିତ ସମ୍ପତ୍ତିକୁ ଅତିକ୍ରମ କରିଛି। ଅମ୍ବାନୀଙ୍କ ସମ୍ପତ୍ତି ୧୦୬ ବିଲିୟନ ଡଲାର ଏବଂ ଆଦାନୀଙ୍କ ମୋଟ୍ ସମ୍ପତ୍ତି ପ୍ରାୟ ୮୫ ବିଲିୟନ ଡଲାର। ଏହାକୁ ମିଶାଇଲେ ସେମାନଙ୍କର ମିଳିତ ସମ୍ପତ୍ତି ୧୯୧ ବିଲିୟନ ଡଲାର ହେବ।  ମସ୍କ ଏହି ବର୍ଷ ୨୦୫ ବିଲିୟନ ଡଲାର, ରୋଜଗାର କରିଛନ୍ତି।

Related Articles

Back to top button