
ଭୁବନେଶ୍ୱର ,ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ପୋଲିସ ଆକ୍ସନ ମୋଡକୁ ଆସିଛି।
ରେଡ୍ ସହ ମାଫିଆଙ୍କ ଉପରେ ନିଆଯାଉଛି କଠୋର କାର୍ଯ୍ୟାନୁଷ୍ଠାନ….
ବାଲି, ମୋରମ ଓ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୧୩୪ ଟି ମାମଲା ରୁଜୁ ହୋଇଛି। ଜବତ ହୋଇଛି ୧୬୩ଟି ବାଲି ବୋଝେଇ ଗାଡ଼ି ଓ ୧୪ ଜଣଙ୍କୁ ଗିରଫ କରାଯାଇଛି।
୯୨ରୁ ଅଧିକ ଲୋକଙ୍କୁ ନୋଟିସ କରିଛି ପୋଲିସ।
ସେହିପରି ବେଆଇନ ଗୋ-ଚାଲାଣ ଅଭିଯୋଗରେ ପୋଲିସ ୨୩ଟି ମାମଲା ରୁଜୁ ସହ ଗିରଫ ହୋଇଛନ୍ତି ୩୧ ଅଭିଯୁକ୍ତ।
ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବାକୁ, କିଛି ଦିନ ଧରି ପୋଲିସ ଚଳାଇଥିଲା ‘ଅପରେସନ୍ ଧରପଗଡ଼’ ଅଭିଯାନ।




