
ଭୁବନେଶ୍ୱର, ତେଲେଙ୍ଗାନାରେ ୨୦୮୧ ସରକାରୀ ସ୍କୁଲ ଅଛି ଯେଉଁଠାରେ କୌଣସି ଛାତ୍ର ନାହାନ୍ତି, ଯେତେବେଳେ, ପଶ୍ଚିମବଙ୍ଗରେ ଏପରି ସ୍କୁଲ ସଂଖ୍ୟା ୧୫୭୧।କୋଲକାତାରେ ୨୧୧ଟି ସରକାରୀ ସ୍କୁଲ ଅଛି ଯେଉଁଠାରେ ଜଣେ ବି ଛାତ୍ର ନାମ ଲେଖାଇ ନାହାନ୍ତି। ଏହା ଦେଶର ଦ୍ୱିତୀୟ ସର୍ବାଧିକ ସଂଖ୍ୟା। ଏହା ବ୍ୟତୀତ ପୂର୍ବ ମେଦିନୀପୁର ଜିଲ୍ଲାରେ ୧୭୭ଟି ସରକାରୀ ସ୍କୁଲ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ୧୪୭ଟି ସରକାରୀ ସ୍କୁଲ ଖାଲି ପଡ଼ିଛି।ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ସର୍ବାଧିକ ୩୧୫ଟି ସରକାରୀ ସ୍କୁଲ ସମ୍ପୂର୍ଣ୍ଣ ଖାଲି ଅଛି, ଏହା ପରେ ମହବୁବାବାଦ ଜିଲ୍ଲାରେ ୧୬୭ଟି ସ୍କୁଲ ଏବଂ ୱାରାଙ୍ଗଲ ଜିଲ୍ଲାରେ ୧୩୫ଟି ସ୍କୁଲ ଅଛି ଯେଉଁଠାରେ ଜଣେ ବି ଛାତ୍ର ନାହାନ୍ତି। ଦେଶରେ ହଜାର ହଜାର ସରକାରୀ ସ୍କୁଲ ଅଛି, ଯେଉଁଠାରେ ଜଣେ ହେଲେ ଛାତ୍ର ପାଠ ପଢ଼ନ୍ତି ନାହିଁ, କିନ୍ତୁ ଶିକ୍ଷକ ଏବଂ କର୍ମଚାରୀ ସେଠାରେ ନିଯୁକ୍ତ ଅଛନ୍ତି। ଏପରି ସ୍କୁଲର ସର୍ବାଧିକ ସଂଖ୍ୟା ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ଅଛି।
ଏହି ପରିସଂଖ୍ୟାନ ଶିକ୍ଷା ବ୍ୟବସ୍ଥା ଉପରେ, ଗମ୍ଭୀର ପ୍ରଶ୍ନ ଉଠାଇଛି। ଯଦି ସ୍କୁଲରେ ପିଲା ନାହାନ୍ତି, ତେବେ ସେଠାରେ ଶିକ୍ଷକ କାହିଁକି ଅଛନ୍ତି… ସମ୍ବଳର ସଠିକ୍ ବ୍ୟବହାର ହେଉଛି କି…. ସରକାରୀ ସ୍କୁଲ ସମ୍ପର୍କରେ ଏକ ନୂତନ ନୀତିର ଆବଶ୍ୟକତା ନାହିଁ କି….ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଶିକ୍ଷକଙ୍କ ନିଯୁକ୍ତି ଏବଂ ସେମାନଙ୍କର ଉପଯୁକ୍ତ ପୋଷ୍ଟିଂ ରାଜ୍ୟ ସରକାରଙ୍କ ଦାୟିତ୍ୱ। କେନ୍ଦ୍ର ସରକାର କହିଛନ୍ତି, ଯେ ରାଜ୍ୟଗୁଡ଼ିକ ନିଜ ସ୍ତରରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ଉଚିତ।




