
ଭୁବନେଶ୍ୱର,ବିଜେପି ପାର୍ଟି ଅଫିସରେ, ଆଉ କିଛି ସମୟ ପରେ ମିଟିଂ ରହିଛି।
ବୈଠକରେ ଦଳର ସମସ୍ତ ବିଧାୟକଙ୍କ,ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ।
ଏଥିସହ ସମସ୍ତ ମନ୍ତ୍ରୀମାନେ ବି, ବୈଠକରେ ସାମିଲ ହେବେ।
ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରୁଦ୍ଧଦ୍ବାର ବୈଠକ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ
ସଭାପତି ସାମିଲ ହୋଇଥିଲେ। ଏଥିସହ ଦିନକ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିଥିବାରୁ
ଆଜିର ବୈଠକରେ କଣ ଆଲୋଚନା ହେବ, ତା ଉପରେ ସମସ୍ତଙ୍କ ନଜର।




