ଅନ୍ତର୍ଜାତୀୟରାଜନୀତି

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା

ଭୁବନେଶ୍ୱର ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,ତାଙ୍କ ସାମ୍ପ୍ରତିକ ରାଷ୍ଟ୍ର ଉଦ୍ଦେଶ୍ୟରେ ଭାଷଣରେ ଅନେକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି, ଯେ ଖ୍ରୀଷ୍ଟମାସ ପୂର୍ବରୁ ୧,୪୫୦,୦୦୦ ରୁ ଅଧିକ ସାମରିକ କର୍ମଚାରୀ “ଯୋଦ୍ଧା ଲାଭାଂଶ” ପାଇବେ, ଯାହା ଶୁଳ୍କ ମାଧ୍ୟମରେ ସଂଗୃହୀତ ପାଣ୍ଠିରୁ ବଣ୍ଟନ କରାଯିବ।ଟ୍ରମ୍ପ ଦେଶର ଅର୍ଥନୈତିକ ପରିସ୍ଥିତିର ଉଦାହରଣ ଦେଇ କହିଛନ୍ତି, ଯେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ମୂଲ୍ୟ ପ୍ରତି ଗ୍ୟାଲନ $୧.୯୯ ରେ ପହଞ୍ଚିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଆମେରିକୀୟ ଶକ୍ତି ପୁନଃସ୍ଥାପିତ କରିଛି, ଗତ ୧୦ ମାସରେ ଆଠଟି ଯୁଦ୍ଧ ସମାପ୍ତ କରିଛି, ଇରାନ ପରମାଣୁ ବିପଦକୁ ଦୂର କରିଛି ଏବଂ ଗାଜା ଯୁଦ୍ଧ ସମାପ୍ତ କରି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିଛି। ଦେଶକୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୁଁ ଆମେରିକୀୟ ଶକ୍ତି ପୁନଃସ୍ଥାପିତ କରିଛି।ମୋର କେବଳ ଗୋଟିଏ ଲକ୍ଷ୍ୟ ଲୋକ ଲୋକମାନେ, କୌଣସି ସମସ୍ୟାର ଯେପରି ସମ୍ମୁଖୀନ ନହୁଅନ୍ତୁ ।ଟ୍ରମ୍ପ ତାଙ୍କ ଭାଷଣରେ ଦାବି କରିଥିଲେ ଯେ ଗତ ୧୦ ମାସ ମଧ୍ୟରେ ଆଠଟି ଯୁଦ୍ଧର ସମାଧାନ ହୋଇଛି। ସେ କହିଥିଲେ ଯେ, ଇରାନର ପରମାଣୁ ବିପଦ ଦୂର ହୋଇଛି ଏବଂ ଗାଜାରେ ଚାଲିଥିବା ଯୁଦ୍ଧର ଅନ୍ତ ହୋଇଛି, ଯାହା ମଧ୍ୟପ୍ରାଚ୍ୟରେ ଐତିହାସିକ ଶାନ୍ତି ପ୍ରତିଷ୍ଠା କରିଛି।

Related Articles

Back to top button