
ଭୁବନେଶ୍ୱର , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ହେଲିକପ୍ଟର,ପାଗ ଖରାପ ଯୋଗୁଁ ,ପଶ୍ଚିମବଙ୍ଗର ତାହେରପୁରରେ, ଅବତରଣ କରିପାରିଲାନି । ହେଲିକପ୍ଟର ଟି ଉଡ଼ାଣ କରିଥିଲେ ବି, ଦୃଶ୍ୟମାନ୍ୟତା କମ ହୋଇଯିବାରୁ ହେଲିକପ୍ଟରଟି କୋଲକାତା ବିମାନବନ୍ଦରକୁ ଫେରି ଆସିଛି।
ସକାଳେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦.୪୦ ସମୟରେ କୋଲକାତାରେ, ପହଞ୍ଚିଥିଲେ ଏବଂ ଏକ ହେଲିକପ୍ଟର ଯୋଗେ ନାଦିଆ ଜିଲ୍ଲାର ତାହେରପୁର ଅଭିମୁଖେ ଯାତ୍ରା କରିଥିଲେ।
ସେଠାରେ ସେ ପଶ୍ଚିମବଙ୍ଗରେ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଏକ ପ୍ରଶାସନିକ କାର୍ଯ୍ୟକ୍ରମ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଥିଲା।
ଏହା ପରେ ବିଜେପିର ଏକ ରାଜନୈତିକ ରାଲି ପରିବର୍ତ୍ତନ ସଂକଳ୍ପ ସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା।
ଏବେ ହେଲିକପ୍ଟରରେ ସମ୍ଭବ ନହେବାରୁ ମୋଦୀଜୀ କ’ଣ ନିଷ୍ପତ୍ତି ନେବେ ତାହା ଜଣାପଡ଼ିନାହିଁ।




