
ଭୁବନେଶ୍ୱର ,ଆସନ୍ତା ଡିସେମ୍ବର ୩୧ ତାରିଖରେ ଶେଷ ହେବାକୁ ଯାଉଛି ସପ୍ତମ ବେତନ କମିଶନ ।କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି ।ସଂସଦରେ ତଥ୍ୟ ରଖିସାରିଛନ୍ତି , ନରେନ୍ଦ୍ର ମୋଦି ସରକାର । ଅଷ୍ଟମ ବେତନ କମିଶନ ଘୋଷଣା ହେବା ପରେ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ବୃଦ୍ଧି ପାଇବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି କେନ୍ଦ୍ର ସରକାର । ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଯେପରିକି ଉଦ୍ୟୋଗ କ୍ଷେତ୍ରରେ ଥିବା କେନ୍ଦ୍ରୀୟ କର୍ମଚାରୀ, ଭାରତୀୟ ସେନାରେ ଥିବା କର୍ମଚାରୀ, ସଶନ୍ତ୍ର ବଳ, କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ।ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ପେନସନ୍ଭୋଗୀଙ୍କ ଭତ୍ତା ବୃଦ୍ଧି ପାଇବ । ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।ଦେଶରେ ଖୁବଶୀଘ୍ର ଏହା ଲାଗୁ ହେବାକୁ ଯାଉଛି । ଅଷ୍ଟମ ବେତନ କମିଶନ ଲାଗୁ ହେଲେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଦରମା ବଢିବା ସହିତ ପେନସନ୍ ରାଶି ମଧ୍ୟ ବୃଦ୍ଧି ପାଇବ । ଯାହାକୁ କି ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ କର୍ମଚାରୀ ।




