ଅନ୍ୟାନ୍ୟରାଜନୀତି

କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ବୈଠକ ଚାଲିଛି ।

ଭୁବନେଶ୍ୱର ,ବିହାର ନିର୍ବାଚନ ପରାଜୟ ପରେ, ଆଜି ପ୍ରଥମଥର ପାଇଁ  କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସିଛି । ବୈଠକରେ  ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ,ସୋନିଆ ଗାନ୍ଧୀ, ଶଶୀ ତରୁର, ରାଜୀବ ଶୁକ୍ଲା,ଭୂପେସ ବଘେଲ,   ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି, ସୁଖବିନ୍ଦର ସିଂ ସୁଖୁ, ସିଦ୍ଧରମୟା ପ୍ରମୁଖ ଯୋଗ ଦେଇଛନ୍ତି । ବୈଠକରେ  ଜି ରାମ ଜି ଆଇନ ବିରୁଦ୍ଧରେ ଜନ ସମର୍ଥନ ଅଭିଯାନକୁ ତୃଣମୂଳ ସ୍ତରରେ, ପହଞ୍ଚାଇବା ଉପରେ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହେବାର ସୂଚନା ରହିଛି । ସଂସଦର ଶୀତକାଳୀନ ଅଧିବେଶନରେ ୟୁପିଏ ସରକାରଙ୍କ ଦ୍ଵାରା ଆରମ୍ଭ “ଏମଜିଏନଆରଇଜିଏ”ର ନାମ ପରିବର୍ତ୍ତନ କଂଗ୍ରେସକୁ ବ୍ୟଥିତ କରିଛି । ଯାହାକୁ ୟୁପିଏ ସରକାରଙ୍କ ଐତିହ୍ୟର କ୍ଷୟ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ଭାବରେ କଂଗ୍ରେସ ଦର୍ଶାଇଛି ।  ଦିଲ୍ଲୀ ସ୍ଥିତ କଂଗ୍ରେସ ଦଳର ରାଷ୍ଟ୍ରୀୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ବୈଠକ ଚାଲିଛି । ବୈଠକରେ ଆଗାମୀ ବର୍ଷ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହିତ ୟୁପିଏ ଯୁଗର ଏମଜିଏନଆରଇଜିଏ ଗ୍ରାମୀଣ ଚାକିରି ଗ୍ୟାରେଣ୍ଟି ଆଇନକୁ ବଦଳା ଯାଇଥିବା “ଜି ରାମ ଜି” ଆଇନ ବିରୁଦ୍ଧରେ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ପାଇଁ ବୈଠକ ଚାଲିଥିବା ସୂଚନା ମିଳିଛି ।

Related Articles

Back to top button