
ଭୁବନେଶ୍ୱର ,ସାରା ଓଡ଼ିଶା ବର୍ତମାନ ଜାଡ଼ରେ ଥରୁଛି। ୧୦ ଡିଗ୍ରୀ ତଳେ ରହିଛି ୧୦ରୁ ଅଧିକ ସହରର ପାରଦ।
କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼। ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।
ଆଜି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।ସେହିପରି ଦାରିଙ୍ଗବାଡି ଓ ଫୁଲବାଣୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।
ଏହି ଦୁଇଟି ଜାଗାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଯାଏଁ ଖସିଛି। ସାରା ରାଜ୍ୟକୁ ଶୀତ ଲହରି ଅସ୍ତବ୍ୟସ୍ତ କରୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମରେ ଅନୁଭୂତ ହେଉଛି ଅସହ୍ୟ ଜାଡ଼।




