
ଭୁବନେଶ୍ୱର,୨୩ ଫେବୃଆରୀ ୨୦୨୦ ରାତିରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା । ଏହି ଘଟଣାରେ ୫୩ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଶାର୍ଜିଲ ଇମାମ ଏବଂ ଉମର ଖାଲିଦ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଥିଲେ । ଷଡଯନ୍ତ୍ର ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ଆଇନ ଅନୁଯାୟୀ, ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ହାଇକୋର୍ଟ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ଏବଂ ଅଭିଯୁକ୍ତମାନେ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଉମର ଖାଲିଦ ଏବଂ ଶାର୍ଜିଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଦେଶର ଅଖଣ୍ଡତା ନାଗରିକ ଅଧିକାରଠାରୁ ଉଦ୍ଧ୍ୱର୍ରେ । ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟତୀତ କୋର୍ଟ ଅନ୍ୟ ଯାଞ୍ଚ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ଏନଭି ଅଞ୍ଜାରିଆଙ୍କ ଗଠିତ ଖଣ୍ଡପୀଠ ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା-ଉର-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମ୍ମଦଙ୍କ ସହିତ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।ଅନ୍ୟପଟେ,ଦିଲ୍ଲୀ ପୁଲିସ କହିଛି ଯେ ଦଙ୍ଗା ପଛରେ ଏକ ଗଭୀର ଷଡଯନ୍ତ୍ର ଥିଲା । ଏହି ଷଡଯନ୍ତ୍ରର ମୂଳଦୁଆ ୨୦୧୯ରେ ସିଏଏ ଏବଂ ଏନଆରସି ବିରୋଧରେ ହୋଇଥିବା ପ୍ରତିବାଦ ସମୟରେ ଯୋଜନା ହୋଇଥିଲା । ଦିଲ୍ଲୀ ପୁଲିସ ପୂର୍ବତନ ଜେଏନୟୁ ଛାତ୍ର ନେତା ଉମର ଖାଲିଦଙ୍କୁ ଦଙ୍ଗାର ମାଷ୍ଟରମାଇଣ୍ଡ ଭାବରେ ଚିହ୍ନଟ କରି ଗିରଫ କରିଥିଲା ।




