ଅନ୍ୟାନ୍ୟ

ପାଗଳ କୁକୁର ଆକ୍ରମଣରେ ୫୦ରୁ ଉର୍ଦ୍ଧ୍ୱ ଲୋକ ଆହତ

ଭୁବନେଶ୍ୱର, ୦୩/୧୨/୨୦୨୨-   ପାଗଳା କୁକୁର ଆକ୍ରମଣରେ ୫୦ରୁ ଉର୍ଦ୍ଧ୍ୱ ଲୋକ ଆହତ । ଏପରି ଘଟଣା ଘଟିଛି ବାଲେଶ୍ଵର ସହରରେ । ସମସ୍ତ ଆହତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଠାରୁ ଗୋଟିଏ ପାଗଳ କୁକୁର ସହର ୨, ୪, ୬ ଏବଂ ୧୧ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ ଆକ୍ରମଣ କରିଥିଲା । ତେବେ ଶନିବାର ଏହା ଉଗ୍ରରୂପ ଧାରଣ କରିଛି ।  ଆଜି ସକାଳ ଠାରୁ ମଧ୍ୟ ବାଲୁବଜାର, ଖ୍ୱଜାବାଗ, ପଠାଣ ମୋହଲ୍ଲା, ନୁରୁପୁର ରୋଡ, ଅରଡ଼ ବଜାର ଆଦି ଅଞ୍ଚଳର ଲୋକମାନଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି । କାହାର ହାତ, ତ କାହାର ଗୋଡ଼ ଏବଂ ଆଉ କାହାର ଜଙ୍ଘରେ ଆକ୍ରମଣ କରିଛି ଏହି କୁକୁର ।

ଏହାପରେ ଉତ୍ୟକ୍ତ ଗ୍ରାମବାସୀ କୁକୁରଟିକୁ ପିଟି ପିଟି  ମାରି ଦେଇଛନ୍ତି । ପୂର୍ବରୁ ପୌରପାଳିକା ପକ୍ଷରୁ ବୁଲା କୁକୁରମାନଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ଇଂଜେକସନର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି । ତୁରନ୍ତ ପୌରପାଳିକା କୁକୁର ଉତ୍ପାତକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର ହେବ ବୋଲି ଆହତ ମାନଙ୍କ ସମ୍ପର୍କୀୟମାନେ ଚେତାବନୀ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com