ଅନ୍ୟାନ୍ୟ

ଆଜି ରାତିରେ ପୃଥିବୀ ନିକଟକୁ ଆସିବ ବିଶାଳ ଉଲ୍‌କାପିଣ୍ଡ

 ଭୁବନେଶ୍ୱର, ୨୯/ ୦୩/ ୨୦୨୩ –   ପୃଥିବୀ ଆଡ଼କୁ ମାଡି ଆସୁଛି ଏକ ବିଶାଳ ଉଲ୍‌କାପିଣ୍ଡ । ବୁଧବାର ରାତିରେ ହିଁ ଏହି ଉଲ୍‌କାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଜି ରାତି ୧୧.୩୩ ରେ ପୃଥିବୀର ଅତି ନିକଟକୁ ଆସିବ ବୋଲି ଜଣାପଡ଼ିଛି ।

ପୂର୍ବରୁ ମଧ୍ୟ ଏହି ଉଲ୍‌କାପିଣ୍ଡକୁ ଦେଖିବାକୁ ମିଳିଥିଲା । ୨୦୧୨ ମସିହାରେ ପ୍ରଥମେ ବୈଜ୍ଞାନିକମାନେ ଏହାକୁ ଦେଖିଥିଲେ । ଶେଷ ଥର ପାଇଁ ୨୦୧୭ରେ ଏହି ଉଲ୍‌କାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଥିବାର ଦେଖାଯାଇଥିଲା । ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ୨୦୨୨ ଏକ ଉଲ୍‌କାପିଣ୍ଡ ପୃଥିବୀର କକ୍ଷପଥଠାରୁ ମାତ୍ର ୪,୪୯୫,୪୧୬.୦୧୫ କିଲୋମିଟର ଦୂରତା ଦେଇ ଗତି କରିଥିଲା ।

ଆଜି ପରେ ୨୦୨୯ ମସିହା ମେ ମାସରେ ପୁଣି ଥରେ ପୃଥିବୀର ନିକଟତର ହେବ । ଏହାପରେ ଜାନୁଆରୀ ୨୦୩୪ରେ ଏବଂ ପୁନର୍ବାର ୨୩ ବର୍ଷପରେ ମେ ୨୦୫୭ରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ । ପରେ ସେପ୍ଟେମ୍ବର ୨୦୭୯ ରେ ପୃଥିବୀ ପାଖକୁ ଆସିବା ପରେ ଏହା ମହାକାଶରେ ଅଦୃଶ୍ୟ ହୋଇଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com