ରୁଷ୍ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିଛି

ଭୁବନେଶ୍ୱର , ରୁଷ୍ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ମୁହାଁଇଛି। କାରଣ ବିଶ୍ବର ଦୁଇ ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍ର ତୈଳବାହୀ ଜାହାଜକୁ ଆମେରିକା ତଟରକ୍ଷୀ ବାହିନୀ ବୁଧବାର ଜବତ କରିଛି। ଆମେରିକା କହିଛି ଯେ ରୁଷ୍ର ତୈଳବାହୀ ଜାହାଜ ଆମେରିକାର କଟକଣାକୁ ଉଲ୍ଲଙ୍ଘନ କରି ଭେନେଜୁଏଲାର ତୈଳ ପରିବହନ କରୁଥିଲା। ରୁଷ୍ର ଏହି ଜାହାଜକୁ ଜବତ କରିବାଲାଗି ଆମେରିକା ତଟରକ୍ଷୀ ବାହିନୀ କିଛି ସପ୍ତାହେ ହେଲା ଏହାର ପିଛା କରିଆସୁଥିଲା।ଆମେରିକାର ଏପରି ଉଦ୍ୟମ ପରେ ରୁଷ୍ ଏହାର ଯୁଦ୍ଧଜାହାଜ ଓ ଯୁଦ୍ଧପୋତକୁ ସୁରକ୍ଷା ପାଇଁ ପଠାଇଥିଲା। ମାତ୍ର ରୁଷ୍ର ଯୁଦ୍ଧଜାହାଜ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ରୋକି ପାରି ନାହିଁ। ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନର ବାୟୁସେନା ସହଯୋଗ କରିଥିଲା। ବ୍ରିଟେନର ରୟାଲ ଏୟାର ଫୋର୍ସ ରୁଷ୍ ଜାହାଜକୁ ନିରୀକ୍ଷଣ ପୂର୍ବକ ସୂଚନା ପ୍ରଦାନ କରିଥିଲା। ବ୍ରିଟେନର ବାୟୁସେନା ଘାଟିକୁ ଆମେରିକା ବ୍ୟବହାର କରିଥିଲା। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସେମାନେ ଆନ୍ତର୍ଜାତିକ ନିୟମ ଆଧାରରେ ରୁଷ୍ ଜାହାଜ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନକୁ ରୁଷ୍ ବେଆଇନ ବୋଲି କହିଛି। ମସ୍କୋ କହିଛି ଯେ ଆମର ଜାହାଜକୁ ଜବତ କରି ଆମେରିକା ଆନ୍ତର୍ଜାତିକ ସାମୁଦ୍ରିକ ନିୟମର ଉଲ୍ଲଙ୍ଘନ କରିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଜାହାଜଟି ଏହାର ନିର୍ଦ୍ଧାରିତ ମାର୍ଗରେ ଗତି କରୁଥିଲା। ଆମେରିକାର ଜଳସୀମା ଠାରୁ ଏହା ବହୁ ଦୂରରେ ରହିଥିଲା। ରୁଷ୍ ପରିବହନ ମନ୍ତ୍ରୀ କହିଛନ୍ତି ଯେ ଜାହାଜକୁ ଆମେରିକା ଜବତ କରିବା ପରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।




