ଅନ୍ତର୍ଜାତୀୟକ୍ରୀଡ଼ା

ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍।

ଭୁବନେଶ୍ୱର , ଗୁଜରାଟର ବଡ଼ୋଦରାରେ,ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ ମେନ୍ ଇନ ବ୍ଲୁ ଓ ଟିମ୍ ବ୍ଲାକ କ୍ୟାପ୍। ଶୁବମନ୍ ଗିଲଙ୍କ ନେତୃତ୍ବରେ ଘରୋଇ ପରିବେଶରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ।  ବହୁ ଦିନ ପରେ ଦଳକୁ ଶ୍ରେୟସ ଆୟାର କମବ୍ୟାକ୍ କରୁଥିବାରୁ ତାଙ୍କୁ ନେଇ ବି କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି। ରେକର୍ଡ କହୁଛି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି। ଉଭୟ ଦଳ ଦିନିକିଆରେ ୧୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬୨ ଓ ଟିମ୍ ବ୍ଲାକ୍ କ୍ୟାପ୍ ଜିତିଛି ୫୦। ସେହିପରି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁବେଳେ ଭାରୀ ପଡ଼ିଛି ଟିମ୍ ଇଣ୍ଡିଆ। ହୋମ୍ କଣ୍ଟ୍ରିରେ ଭାରତ ୩୧ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୮ଟି ହାରିଛି। କିନ୍ତୁ ଟକ୍କର ଜୋରଦାର ହୋଇପାରେ। ଆଜିର ମ୍ୟାଚରେ କ୍ୟାପଟେନ୍ ଗିଲ୍, ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ।

Related Articles

Back to top button