ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୋମନାଥ ପରିସରରେ, ଏହି ଶୌର୍ଯ୍ୟ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଏହି ଶୌର୍ଯ୍ୟ ଯାତ୍ରାରେ ଗୁଜରାଟ ମାଉଣ୍ଟେନ ୟୁନିଟର ୧୦୮ ଘୋଡା ଭାଗ ନେଇଛନ୍ତି। ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଚାରିଆଡ଼େ ସୃଷ୍ଟି ହୋଇଛି ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ। ଗୁଜରାଟ ସୋମନାଥ ମନ୍ଦିର ଆକ୍ରମଣକୁ ପୁରିଛି ହଜାରେ ବର୍ଷ। ଏହି ଅବସରରେ ପାଳନ କରାଯାଉଛି ସୋମନାଥ ସ୍ୱାଭିମାନ ପର୍ବ। ମନ୍ତ୍ର, ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ମନ୍ଦିର ପାଇଁ ବଳିଦାନ ଦେଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଆୟୋଜନ ହେଉଛି ଶୌର୍ଯ୍ୟ ଯାତ୍ରା। ଏହି ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିବ୍ୟତା ଓ ଭବ୍ୟତାରେ ଉଚ୍ଛୁଳୁଛି ଚତୁଃପାର୍ଶ୍ବ। ଶୁଭ ପର୍ବରେ ଆୟୋଜିତ ଓଁକାର ମନ୍ତ୍ର ସାମୁହିକ ଜପରେ ସାମିଲ ହୋଇଛନ୍ତି ମୋଦି। ଏହି ଅବସରରେ ଗତକାଲି ସେ ହଜାରେ ସେକେଣ୍ଡ ପାଇଁ ସାମୁହିକ ଓଁକାର ଧ୍ବନି ଜପ କରିଥିଲେ। ସୋସିଆଲ୍ ମିଡିଆ ଏକ୍ସରେ ଅନୁଭୂତି ବଖାଣି ପିଏମ୍ କହିଛନ୍ତି, ଓମ୍ ହେଉଛି ଆମର ବେଦ, ଶାସ୍ତ୍ର, ପୁରାଣ, ଉପନିଷଦ।




