ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିର ସ୍ୱତନ୍ତ୍ର ନୀତିକାନ୍ତି।

ଭୁବନେଶ୍ୱର,ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ।ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯିବ।ଆଜି ବଡ଼ସିଂହାର ବେଶରେ ସଜେଇ ହେବେ ତିନି ଠାକୁର ।ସୋଲ, ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ, କୁଣ୍ଡଳରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯିବ।ନବାଙ୍କ ବେଶରେ ଠାକୁରଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁ ଫୁଲର ମାଳରେ ସୁସଜ୍ଜିତ କରାଯିବ।ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ।ନବାଙ୍କ ବେଶରେ ଠାକୁରଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁ ଫୁଲର ମାଳରେ ସୁସଜ୍ଜିତ କରାଯିବ।ହଜାର ହଜାର ଗେଣ୍ଡୁଫୁଲ, କୁସୁମ ଫୁଲ ଓ ତୁଳସୀରେ ପ୍ରସ୍ତୁତ ଏହି ମାଳାକୁ ବଡ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ପ୍ରଦାନ କରାଯାଇଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୧୬ ହାତ ଲମ୍ବର ମାଳ, ବଳଭଦ୍ରଙ୍କ ପାଇଁ ୧୪ ହାତ ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ୧୨ ହାତ ଲମ୍ବର ମାଳ ଶ୍ରୀମନ୍ଦିରକୁ ବଡ ଓଡ଼ିଆ ମଠ ତରଫରୁ ପ୍ରଦାନ କରାଯାଇଥାଏ। ବଡ଼ସିଂହାର ବେଶରେ ଦେବତା ମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ।

Related Articles

Back to top button