ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଶ୍ରୀମନ୍ଦିରରୁ ଧରା ହେଲା ମୋବାଇଲ ଫୋନ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି । ପୋଲିସର ସୁରକ୍ଷାକୁ ଚକମା ଦେଇ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦ ବଜାର ପରିସରକୁ ମୋବାଇଲ ନେଇଥିବା ଦେଖିବାକୁ ମିଳିଛି । ଆନନ୍ଦ ବଜାରରେ କଥା ହେଉଥିବାବେଳେ ତାଙ୍କୁ ଠାବ କରାଯାଇଥିଲା । ତେବେ ବ୍ୟକ୍ତି ଜଣଙ୍କ ସୁରକ୍ଷା ବଳୟକୁ ଭେଦ କରି କିପରି ମୋବାଇଲ ଫୋନ ନେଲେ ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଅଧିକ ତଦନ୍ତ ଚାଲିଛି ।
ତେବେ ଅନେକ ସମୟରେ ବିଭିନ୍ନ ଲୋକ ମୋବାଇଲ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି। ତେଣୁ ପୋଲିସ ଏଥିପ୍ରତି ଅଧିକ ସଚେତନ ରହିବା ସହ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।




