
ଭୁବନେଶ୍ୱର, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବି.ଜେ.ଡି.ରୁ ନିଲମ୍ବନ ହେବାପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଶେଷ କରି ଅରବିନ୍ଦଙ୍କ ନିଲମ୍ବନ ସମସ୍ତଙ୍କୁ ଚକିତ କରିଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ର ।
ବିଜୟ କହିଛନ୍ତି, ଅରବିନ୍ଦଙ୍କ ନିଲମ୍ବନ ପଛରେ ଷଡଯନ୍ତ୍ର ଥାଇପାରେ। ବିଶ୍ବାସ ଘାତକ କହି ନିଲମ୍ବନ କରାଯାଇଛି । କିନ୍ତୁ କିଏ ବିଶ୍ବାସଘାତକ କରିଛନ୍ତି ତାହା ଲୋକେ କହିବେ। ଅପେକ୍ଷା କର, ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ । ବାପା କିଛି ଭୁଲ କରିନାହାନ୍ତି । ତେଣୁ, ପୁଅ ଉପରେ କାହିଁକି ଆକ୍ସନ ନିଆଗଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।
ସେହିପରି ନିଲମ୍ବନ ପରେ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ କିମ୍ବା ଭୋଜିଭାତକୁ ବି ଯାଇନି । ସବୁବେଳେ ନିର୍ବାଚନମଣ୍ଡଳୀ ଭିତରେ ରହି ଦଳର ହୁଇପ୍ ମାନିଛି । ତେବେ ନିଲମ୍ବନ ସମ୍ପର୍କରେ ସେ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଛନ୍ତି ।




