ଅପରାଧଓଡ଼ିଶା

କେନ୍ଦୁଝର ପୋଲିସର ଚଢାଉ।

 ଭୁବନେଶ୍ୱର, ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ୍ ଘରେ କେନ୍ଦୁଝର ପୋଲିସର ଚଢାଉ।

ରେଡ୍ ବେଳେ ବଣ୍ଡଲ୍ ବଣ୍ଡଲ୍ ୫୦୦ ଟଙ୍କିଆ ନୋଟ୍ ବାହାରିଛି। ଟଙ୍କା ଏତେ ଯେ ଏହାକୁ ଗଣିବାକୁ ମେସିନ୍ ବି ଆଣିବାକୁ ପଡ଼ିଛି।

ଅବୈଧ ଗୋ-ଚାଲଣ ଲିଙ୍କରେ  ଚଢାଉ କରାଯାଇଛି।ଖାଲି ଭଦ୍ରକ ନୁହେଁ ଯାଜପୁରରେ, କେନ୍ଦୁଝର ଓ ତେଲକୋଇରେ, ବାରିପଦାରେ ବି ରେଡ୍ ହେଉଛି।

ତେଲକୋଇ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଆନନ୍ଦପୁରର ବ୍ୟବସାୟୀ ସତୁରା ସାହୁ,ବାରିପଦାରେ ବ୍ୟବସାୟୀ ସୁରଜିତ୍ ମହାନ୍ତିଙ୍କ ଘର ଓ ବ୍ୟବସାୟିକ ଠିକଣା ଉପରେ ଘନ ଘନ ରେଡ୍ ଚା,ଲିଛି।

ପୁଳା ପୁଳା ଟଙ୍କା, ସୁନା ଅଳଙ୍କାର ମିଳିଛି। ଗୋ-ମାଫିଆ ଲିଙ୍କ୍ ରେ ରାଜ୍ୟରେ ବଡ଼ ଧରଣର ରେଡ୍।

ଭଦ୍ରକରୁ ମୟୂରଭଞ୍ଜ ଚପା ଚପା ତଲାସୀ କରୁଛି ପୋଲିସ୍। ଆଉ ଯେଉଁଠି ହାତ ମାରୁଛି ସେଠି ମିଳୁଛି ପୁଳା ପୁଳା କ୍ୟାସ୍।

Related Articles

Back to top button