ଓଡ଼ିଶା

ଯାଜପୁର, ବୌଦ୍ଧରେ ବିଜେଡି ବିଜୟୀ, ହାତେଇଲା ଏନ୍ଏସି ଅଧ୍ୟକ୍ଷ ପଦ

ବୌଦ୍ଧ/ଯାଜପୁର() ଆଜି ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ସକାଳୁ ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଦେଖାଦେଲାଣି ବିଜେଡି ଟ୍ରେଣ୍ଡ । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ  ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।

ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର । ବୌଦ୍ଧରେ ସମୁଦାୟ ୧୭ଟି ୱାର୍ଡ ମଧ୍ୟରୁ  ୧୫ ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ୨ଟି ୱାର୍ଡ ।

ଏହାବାଦ ରାଜ୍ୟରେ ସମୁଦାୟ ୧୦୮ ପୌରାଧ୍ୟକ୍ଷ ଆସନ ମଧ୍ୟରୁ ବିଜେଡି ୫୭, ବିଜେପି ୧୯, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୭ଟିରେ ଆଗୁଆ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com