ଚଣ୍ଡିଗଡ() ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ।
ଏହା ଜଣା ପଡିବା ପରେ ରାଗିଯାଇଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ ନବଜୋତକୌର ସିଦ୍ଧୁ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଳି ଉଚ୍ଚ ପଦବୀରେ କାହାକୁ ବାଛିବା ପାଇଁ ଶିକ୍ଷାକୁ ସର୍ବାଗ୍ରେ ନେବା ଉଚିତ୍ । ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନବଜୋତ ସିଂହ ସିଦ୍ଧୁ ସଠିକ ଦାବିଦାର ଥିଲେ । ଏ ଘଟଣାରେ ରାହୁଲ ଗାନ୍ଧୀଙ୍କୁ ସିଏମ ନିଷ୍ପତ୍ତି ନେବାରେ ବିଭ୍ରାନ୍ତ କରାଯାଇଛି କି ବୋଲି ସେ କହିଛନ୍ତି ।
#WATCH Congress leader Navjot K Sidhu,on being asked if Rahul Gandhi was misled on making decision for CM, says, “Yes…education should be counted for choosing someone at such a high position.Navjot Sidhu would’ve been right choice(for CM), irrespective of him being my husband.” pic.twitter.com/CZvHQOGPp1
— ANI (@ANI) February 8, 2022
ଏହାପୂର୍ବରୁ ସିଦ୍ଧୁ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ବିଷୟରେ କହିଥିଲେ ଯେ ଏହା ହାଇକମାଣ୍ଡର ନିଷ୍ପତ୍ତି ଅଟେ । ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଗ୍ରହଣୀୟ । ପଞ୍ଜାବ ପାଇଁ ଲଢେଇ ଜାରି ରହିବ । ମୁଁ କଂଗ୍ରେସ ହାଇକମାଣ୍ଡଙ୍କ ସହ ଥିଲି, ରହିବି ଏବଂ ରହିବି ।
ସେ ଆହୁରି କହିଛନ୍ତି ମୁଁ ତାଙ୍କର ପ୍ରତ୍ୟେକ ନିଷ୍ପତ୍ତି ଗ୍ରହଣ କରେ । ଚନ୍ନିଙ୍କ ଦାରିଦ୍ର୍ୟକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସେ କୌଣସି ମନ୍ତବ୍ୟ ଦେବେ ନାହିଁ, ଯେତେବେଳେ କି ସେ କହିପାରିବେ ଯେ ତାଙ୍କ ଆୟ ବହୁତ ହ୍ରାସ ପାଇଛି, କିନ୍ତୁ ତାଙ୍କ ହୃଦୟ ସନ୍ତୁଷ୍ଟ ହୋଇଛି।