ଓଡ଼ିଶା

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ନୂଆପଡ଼ା() ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନିଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ  ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଆଜିର ଦିନ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ରାଜ୍ୟ ସରକାର ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତଙ୍କ ପାଇଁ ଚିନ୍ତା କରିଛନ୍ତି। ଦୂରଦୃଷ୍ଟି ଏବଂ ମାନବ ଅଧିକାରକୁ ନେଇ ସମ୍ବିଧାନରେ ଆଇନ ବ୍ୟବସ୍ଥା ହୋଇଛି।

କୋଭିଡ ନିୟମାବଳୀର ପାଳନ କରି ଆଜି ମିଳିତ ପରେଡ କାର୍ଯ୍ୟକ୍ରମକୁ ବାତିଲ କରିଥିବା ବେଳେ କେବଳ ଗୋଟିଏ ପୁଲିସ ବାହିନୀ ସାମିଲ ହୋଇଥିଲେ। ଏହି ସମାରୋହରେ ଜିଲ୍ଲାପାଳ ସ୍ବାଧାଦେଵ ସିଂ ଯୋଗ ଦେଇଥିଲେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମାତ୍ର ସ୍ଵଳ୍ପ ଜନତା, ଅଧିକାରୀ ଓ ପୁଲିସ ବାହିନୀଙ୍କୁ ନେଇ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ।

Related Articles

Back to top button
WP Twitter Auto Publish Powered By : XYZScripts.com