ଓଡ଼ିଶାରାଜନୀତି

ସମୟ ଅବଧି ମଧ୍ୟରେ ସରିବ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର , ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ସରକାରୀ କାର୍ଯ୍ୟ କରିବା ଉପରେ, ବୈଠକରେ ଗୁରୁତ୍ବ ଦିଆଯାଇଛି। ସବୁ ସରକାରୀ କାର୍ଯ୍ୟ ହେବ ଓଡ଼ିଆରେ। ସମୟ ଅବଧି ମଧ୍ୟରେ ସରିବ ପ୍ରକଳ୍ପ କାର୍ଯ୍ୟ। ନିୟମିତ ନିଯୁକ୍ତି ସହ ମିଳିବ ପଦୋନ୍ନତି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଅନୁଷ୍ଠିତ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି।ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିଲା ସମୀକ୍ଷା ବୈଠକ।

ଏଥିରେ ସବୁ ସରକାରୀ କାର୍ଯ୍ୟ ଏପରିକି ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ସବୁବେଳେ ନୂତନ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ଦେବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି।  ପାରମ୍ପରିକ ଶୈଳୀରେ ଫାଇଲ କାର୍ଯ୍ୟ ବଦଳରେ ସବୁ ସରକାରୀ କାର୍ଯ୍ୟ ଏବଂ ଫାଇଲ ଅନ୍ ଲାଇନ୍ ଓ ଓସ୍ୱାସ୍ ଜରିଆରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ।

Related Articles

Back to top button