ଅନ୍ୟାନ୍ୟଓଡ଼ିଶା

ବଦଳିବ ରାଜସ୍ବ ଆଇନ

ଭୁବନେଶ୍ୱର ,ଓଡ଼ିଶା ଜମି ଜବରଦଖଲ ନିବାରଣ ଆଇନ ଏବଂ ଓଡ଼ିଶା ଭୂ-ବନ୍ଦୋବସ୍ତ ଆଇନ ଭଳି ଦୁଇଟି ପୁରୁଣା ଆଇନକୁ ମିଶାଇ ଓଡ଼ିଶା ଭୂମି ପରିଚାଳନା ଆଇନ ନାମରେ ଗୋଟିଏ ଆଇନ ଆସିବ। ଏଥିପାଇଁ ପ୍ରସ୍ତୁତ ଚିଠା ବିଧେୟକ ଉପରେ ସୋମବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ଏହି ଚିଠା ବିଧେୟକକୁ ଅନୁମୋଦନ ପାଇଁ ବିଭାଗକୁ ପଠାଯିବ। ଅନୁମୋଦନ ପରେ ଏହାକୁ ଗୋଟିଏ ମାସ ପାଇଁ ୱେବସାଇଟରେ ରଖାଯାଇ, ଏହା ଉପରେ ବିଭିନ୍ନ ବର୍ଗରୁ ମତାମତ ନିଆଯିବ। ସବୁ ମତାମତକୁ ତର୍ଜମା ପରେ ଏହାକୁ ଅନୁମୋଦନ ପାଇଁ ଆଇନ ବିଭାଗକୁ ପଠାଯିବ। ଆଇନ ବିଭାଗର ଅନୁମୋଦନ ମିଳିବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ କ୍ୟାବିନେଟ୍‌କୁ ପଠାଯିବ। କ୍ୟାବିନେଟ ଅନୁମୋଦନ ପରେ ଏହାକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ସମସ୍ତଙ୍କ ସହଯୋଗରେ ବିଭାଗ କିଭଳି ଲୋକଙ୍କ ସେବାରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇପାରିବ ସେ ଦିଗରେ, ବିଭାଗ କାମ କରୁଛି। ‌  ସେ କହିଛନ୍ତି, ରାଜସ୍ବ ଅଧିକାରୀମାନଙ୍କ ପ୍ରଦର୍ଶନକୁ ନିୟମିତ ଭାବେ ‌ଅନୁଧ୍ୟାନ କରାଯାଉଛି।

Related Articles

Back to top button