ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି
ତୁଷାର ଝଡ଼ ଯୋଗୁଁ ବିମାନ ବାତିଲ

ଭୁବନେଶ୍ୱର ,ଆମେରିକାର ଦାକ୍ଷିଣାତ୍ୟରେ ତାଣ୍ଡବଲୀଳା ରଚିବା ପରେ ତୁଷାର ଝଡ଼ ବର୍ତ୍ତମାନ ଊତ୍ତର-ପୂର୍ବ ଦିଗକୁ ଗତି କରୁଛି।
ଫଳରେ ଆଗାମୀ ରବିବାର ଓ ସୋମବାର ରାଜଧାନୀ ୱାଶିଂଟନ ସମେତ ନ୍ୟୁୟର୍କ ଓ ବୋଷ୍ଟନରେ ପ୍ରାୟ ୩୦ ସେଣ୍ଟିମିଟର ଉଚ୍ଚତାର ବରଫପାତ ହେବ ବୋଲି ଅନୁମାନ କରାଯାଉଛି।
ତୁଷାର ଝଡ଼ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇପଡିଥିବାବେଳେ ବାସଗୃହ, ଯାନବାହନ ଉପରେ ବରଫ ଆସ୍ତରଣ ଜମିଥିବା ଲକ୍ଷ୍ୟ କରାଯାଇଛି।
ମାର୍କେଟରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଆମେରିକାରେ ବର୍ତ୍ତମାନ ତୁଷାର ଝଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ୩୦ଟି ଉଦ୍ଧାରକାରୀ ଦଳକୁ ସଜାଗ ରହିଥିବାବେଳେ ୭୦ ଲକ୍ଷ ମିଲ୍, ୬ ଲକ୍ଷ କମ୍ବଳ, ୩୦୦ ଜେନେରେଟର ପ୍ରସ୍ତୁତ ରଖାଯାଇଛି।
ନର୍ଥ ଡାକୋଟା ଏବଂ ବିସ୍ମାର୍କ ଭଳି କେତେକ ସହରର ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।




