ଅନ୍ୟାନ୍ୟଓଡ଼ିଶା

ଆଜି ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ

 ଭୁବନେଶ୍ୱର ,ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିବ। ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଛି।ଯଦି ଆପଣ କୌଣସି ଯାଗାକୁ ଯିବା ପାଇଁ ପ୍ଲାନ୍ କରୁଛନ୍ତି କିମ୍ବା କୌଣସି କାର୍ଯ୍ୟ ଆଜି ରଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ । ପ୍ରଥମେ ଜାଣିନିଅନ୍ତୁ ବୁଧବାର ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କେଉଁଠି ପଡ଼ିବ ଓ କ’ଣ ବନ୍ଦ ରହିବ….ସକାଳ ୬ରୁ ଦିନ ୨ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିପାରେ । କଟକ, ଭୁବନେଶ୍ବର, ପୁରୀ, ରାଉରକେଲା, ବ୍ରହ୍ମପୁରରେ ଆମ ବସ୍ ଚଳାଚଳ ବନ୍ଦ ରହିପାରେ। ଘରୋଇ ବସ୍ ଚଳାଚଳ କରି ନ ପାରେ । ସେହିପରି ସ୍କୁଲ-କଲେଜ ଏବଂ ବ୍ୟାଙ୍କ ସେବା ବନ୍ଦ ରହିପାରେ ।ବର୍ତ୍ତମାନ ସୁଦ୍ଧା, ୨୮ ଜାନୁୟାରୀରେ ସ୍କୁଲ, କଲେଜ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୌଣସି ସରକାରୀ ସୂଚନା ନାହିଁ। ବନ୍ଦ ଡାକରାକୁ କଂଗ୍ରେସ ପ୍ରତ୍ୟକ୍ଷ ସମର୍ଥନ କରିଥିବା ବେଳେ ବିଜେଡି ନୈତିକ ସମର୍ଥନ ଦେଇଛି । ଏହାରି ପ୍ରଭାବରେ ଭୁବନେଶ୍ବର, କଟକରେ ବନ୍ଦ ରହିପାରେ ‘ଆମ ବସ୍‌’ ସେବା ।ଯଦିବି ସରକାରା କିମ୍ୱା ପ୍ରାଇଭେଟ ବ୍ୟାଙ୍କ ଖୋଲା ରହିବ, ଆଜି ବ୍ୟାଙ୍କଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିପାରେ। ଚେକ୍ କ୍ଲିୟରିଂ ଓ ଋଣ କ୍ଲିୟରନ୍ସରେ ବିଳମ୍ବ ହୋଇପାରେ। ଯଦି ଆପଣ ଡାକ ପାଇଁ ଅପେକ୍ଷା କରୁଛନ୍ତି, ତେବେ ଏଥିରେ ମଧ୍ୟ କିଛି ସମୟ ଲାଗିପାରେ।

Related Articles

Back to top button