ଅନ୍ୟାନ୍ୟରାଜନୀତି

ସଂସଦ ଭବନ ପରିସରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର

 ଭୁବନେଶ୍ୱର ,ବଜେଟ୍ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ମୋ ସରକାର ସାମାଜିକ ନ୍ୟାୟ, ସାମଗ୍ରିକ ବିକାଶ, ଜାତୀୟ ସୁରକ୍ଷାକୁ ଆଧାର କରି ବିକଶିତ ଭାରତ ଗଠନ ଦିଗରେ ଆଗେଇ ଚାଲିଛନ୍ତି। ସେ କହିଛନ୍ତି ଯେ ଆମର ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ସର୍ବଦା ସମାନତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଦେଇଆସିଛନ୍ତି। ତେଣୁ ଦେଶର ପ୍ରତ୍ୟେକ ନାଗରିକ ବିନା କୌଣସି ବାଛବିଚାରରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇବା ଦରକାର।  ରାଷ୍ଟ୍ରପତି କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ଦେଶର ୨୫ କୋଟି ନାଗରିକ ଦାରିଦ୍ର୍ୟରୁ ଉପରକୁ ଉଠିଛନ୍ତି। ସେହିପରି ସାମାଜିକ ସୁରକ୍ଷା ଯୋଜନାରେ ଦେଶର ୯୫ କୋଟି ନାଗରିକ ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୧୪ରେ ମାତ୍ର ୨୫ କୋଟି ନାଗରିକ ଏହି ଯୋଜନାରେ ସାମିଲ ଥିଲେ। ସେ କହିଛନ୍ତି ଯେ ସରକାର ଦଳିତ, ପଛୁଆବର୍ଗ ଓ ଆଦିବାସୀଙ୍କ ଉନ୍ନତି ପାଇଁ ତତ୍ପରତା ସହିତ କାର୍ଯ୍ୟ କରୁଛନ୍ତି।  ଜାତୀୟ ସୁରକ୍ଷା ଲାଗି ଆତଙ୍କବାଦ ପ୍ରତି ଦମନମୂଳକ ମନୋଭାବ ପୋଷଣ କରୁଛନ୍ତି। ଭାରତ ଉପରେ ହେଉଥିବା ପ୍ରତିଟି ଆତଙ୍କବାଦୀ ଆକ୍ରମଣର କଡା ଓ ନିର୍ଣ୍ଣାୟକ ଜବାବ ଦିଆଯାଉଛି। ଅପରେସନ ସିନ୍ଦୂର କଥା ମନେ ପକାଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସେନାର ସାହସ ଓ ସାମରିକ ଦକ୍ଷତାକୁ ସମଗ୍ର ବିଶ୍ବ ଦେଖିବାକୁ ପାଇଛି। ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ସେନା ପାକିସ୍ତାନ ମାଟିରେ ସକ୍ରିୟ ଏକାଧିକ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧଂସ କରିଥିଲା। ଆତଙ୍କବାଦର ପୃଷ୍ଠପୋଷକ ସାଜିଥିବା ପାକିସ୍ତାନକୁ ଦମନ କରିବା ଲାଗି ବ୍ୟାପକ ରଣନୀତି ପୂର୍ବକ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି। ଦେଶର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ମିଶନ ସୁଦର୍ଶନ ଚକ୍ରର ପରିକଳ୍ପନା କରାଯାଇଛି।

Related Articles

Back to top button