ଓଡ଼ିଶା

ରାଷ୍ଟ୍ରପତିଙ୍କ ପାଇଁ ୩ ଦିନ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ୩ ଦିନ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

୪ ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବୃଆରୀ ୫ ଅପରାହ୍ନରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ରାଷ୍ଟ୍ରପତି ଫେବୃଆରୀ ୫ ଅପରାହ୍ନ ୩: ୩୦ରେ ଦାଣ୍ଡବୋଷରୁ ବାହାରି ହେଲିକ୍ୟାପ୍ଟର ଯୋଗେ ଯଶିପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ।

ଏହାପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳକୁ ପ୍ରବେଶ କରିବେ । ଶିମିଳିପାଳ ପରିଦର୍ଶନ କରି ରାତ୍ର ଭୋଜନ ସହିତ ରାତ୍ରି ଯାପନ କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୬ ସକାଳ ୯: ୧୫ରେ ଶିମିଳିପାଳ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକ ମାନଙ୍କ ସହିତ ଆଲୋଚନା କରି ୧୧: ୩୫ରେ ଯଶିପୁର ହେଲିପ୍ୟାଡ଼ରୁ IAF MI-17 ହେଲିକେପ୍ଟରରେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରପୋର୍ଟକୁ ଯାତ୍ରା କରିବେ ରାଷ୍ଟ୍ରପତି ।

Related Articles

Back to top button