ଓଡ଼ିଶା

ହାଇକୋର୍ଟରୁ ନିରାଶ ହେଲେ ଅନୁଭବ ମହାନ୍ତି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ;  ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟ ଝଟକା । ତଳ କୋର୍ଟର ଚାର୍ଜଫ୍ରେମକୁ କାୟମ ରଖି ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଅନୁଭବ ଓ ତାଙ୍କ ସହଯୋଗୀ ଖଗେଶ୍ବରଙ୍କ ବିରୁଦ୍ଧରେ ଚାଲିବ ମାମଲା । ୨୦୨୪ ଜୁନ୍ ମାସରେ ଅନୁଭବଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା ।

ବର୍ଷା ଅଭିଯୋଗ କ୍ରମେ କଟକ JMFC କୋର୍ଟ ଅନୁଭବଙ୍କ ବିରୋଧରେ NBW ଜାରି କରିଥିଲେ । ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ଅନୁଭବ ବାରମ୍ବାର ସମୟ ମାଗି ଚାଲିଥିଲେ । ଶେଷରେ NBW ଜାରି କରିଥିଲେ କୋର୍ଟ । ୨୦୨୪ ମେ’ ୮ ରେ ଅଭିନେତା ଅନୁଭବଙ୍କ ନାମରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । JMFC ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଯାଇଥିଲା । ଏ ନେଇ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ବର୍ଷାଙ୍କ ତରଫରୁ ପୁରୀଘାଟ ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା ।

 

 

Related Articles

Back to top button