ଓଡ଼ିଶାସ୍ୱାସ୍ଥ୍ୟ

ବ୍ୟାନ୍ ହେବନାହିଁ ପାନ ମସଲା !

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ପାନ ମସଲା ବ୍ୟାନ୍ ହେବନାହିଁ । ଟବାକୋ କିମ୍ବା ନିକୋଟିନ୍ ନଥିବା ପାନ ମସଲାକୁ ବ୍ୟାନ କରାଯିବନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିରୁ ଜଣାପଡ଼ିଛି । ପୂର୍ବରୁ ପାନ ମସଲା ଓ ଗୁଟଖା ଉପରେ ନିଷେଧାଦେଶ ଲଗାଇଥିଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶାରେ ଗୁଟଖା ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ନିଷେଧାଦେଶ ରାଜ୍ୟ ସରକାର ଲଗାଇଥିଲେ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Related Articles

Back to top button