
ଭୁବନେଶ୍ୱର ,ଦୁଇଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ରେ ଆଗତ ହେବ ବଜେଟ୍-୨୦୨୬ । ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ୍ ଅଧିବେଶନ । ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ ।ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆସନ୍ତା ୧୭ରୁ ଆରମ୍ଭ ହେବ ରାଜ୍ୟ ବଜେଟ । ପ୍ରଥମ ଦିନରେ ଗୃହରେ ରାଜ୍ୟପାଳ ଅଭିଭାଷଣ ରଖିବେ । ପରେ ଫେବୃଆରୀ ୨୦ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନା କରିବେ । ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚରେ ହେବ। ଉଭୟ ପର୍ଯ୍ୟାୟରେ ପ୍ରାୟ ୩୦ଦିନ କାର୍ଯ୍ୟ ଦିବସ ଚାଲିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି।ଅର୍ଥ ବିଭାଗ ପକ୍ଷରୁ ୨୦୨୬-୨୭ ବର୍ଷ ଲାଗି ବଜେଟରେ ଅଧିକ ବ୍ୟୟବରାଦ କରାଯିବାକୁ ଲକ୍ଷ୍ୟ ରହିଛି। ଓଡ଼ିଶାକୁ ୨୦୨୬ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ପୂର୍ବବର୍ଷ ତୁଳନାରେ ଅତି କମ୍ରେ ୮ପ୍ରତିଶତ ଅଧିକ ବ୍ୟୟବରାଦ କରିପାରନ୍ତି ବୋଲି ଆଶା କରାଯାଉଛି ।ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ।




