ଅନ୍ତର୍ଜାତୀୟରାଜନୀତି
ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା

ଭୁବନେଶ୍ୱର ,ନିର୍ମଳା ବଡ଼ ଘୋଷଣା କରି କହିଛନ୍ତି ଯେ, ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ।
ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ।
ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ସେହିପରି ଭାରତକୁ ବାୟୋଫାର୍ମା
ହବ୍ କରିବାକୁ ବଡ଼ ଘୋଷଣା କରାଯାଇଛି। ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯିବ।
୫ ବର୍ଷରେ ବ୍ୟୟ କରିବା ନେଇ ନିର୍ମଳା ଘୋଷଣା କରିଛନ୍ତି। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ।
ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍ଙ୍କୁ ଦିଆଯିବ ଟ୍ରେନିଂ।




