
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଭୁବନେଶ୍ୱର ୟୁନିଟ -୨ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ ସମର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁଙ୍କ କ୍ଷେତ୍ରରେ ଯୌନ ଶୋଷଣ, ବାଲ୍ୟ ବିବାହ ତଥା ସାଇବର ଅପରାଧ ଦିନକୁ ଦିନ ବଢୁଥିବା କାରଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଶନିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା କୁମାରୀ ପରିଡ଼ା ଉଦଘାଟନ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ ଉକ୍ତ ଶିବିରର ନିଜର ଆଭିମୁଖ୍ୟ ପ୍ରଦାନ କରିବା ସହିତ ୧୪ ରୁ ୧୮ ବର୍ଷର ପିଲାମାନେ କିପରି ଯୌନ ଶୋଷଣର ଶିକାର ହେଉଛନ୍ତି ଏବଂ ଏହାକୁ ରୋକିବ ପାଇଁ ପୋକ୍ସୋ ଆଇନ ଥିଲେ ମଧ୍ଯ ପିଲାଙ୍କ ମଧ୍ୟରେ ସଚେତନତା ଅଭାବରୁ ଏହାର ଶିକାର ହେଉଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ପ୍ରୋବସନ ଅଧିକାରୀ ସୌମେନ୍ଦ୍ର ନାୟକ ସାଇବର ଅପରାଧ କବଳରୁ ପିଲା ମାନେ କିପରି ନିବୃତ୍ତ ହେବେ ଏହା ଉପରେ ସଚେତନ କରାଇଥିଲେ ।
ଏହି ଶିବିରରେ ବିଦ୍ୟାଳୟର ୬୦ରୁ ଉର୍ଦ୍ଧ୍ବ ପିଲାମାନେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ତଥା SJPUର ସଭ୍ୟ ରଞ୍ଜନ କୁମାର ଗୋଛାୟତ, ବିଜ୍ଞାନ ଶିକ୍ଷକ ଗିରିଜା ଶଙ୍କର କୁଣ୍ଡ, ଶିକ୍ଷୟତ୍ରୀ ସ୍ମିତା ମହାନ୍ତି ଓ କଲ୍ୟାଣୀ ମିଶ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ।




