ଓଡ଼ିଶାରାଜନୀତି

B.J.P.ରେ ସାମିଲ ହେଲେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଶତାଧିକ B.J.D. ନେତା-କର୍ମୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; B.J.P. ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୁରୀ ଜିଲ୍ଲା ୨୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବରିଷ୍ଠ B.J.D. ନେତା କୈଳାଶ ଚନ୍ଦ୍ର ପରିଡା ନିଜ ଶତାଧିକ ସମର୍ଥକଙ୍କ ଗହଣରେ B.J.P.ରେ ଯୋଗଦାନ କରିଛନ୍ତି ।ସେହିପରି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନୂଆପଡା ସରପଂଚ ଶ୍ରୀମତୀ କବିତା ଜେନା, ତିତିପ ଗ୍ରାମ ପଂଚାୟତ ସମିତି ସଭ୍ୟ ଶ୍ରୀମତୀ ଶଂଯୁକ୍ତା ସେଠୀ, ଗୁମୁଣ୍ଡିଆ ସରପଂଚ ଶ୍ରୀମତୀ ସୁମିତ୍ରା ପୁହାଣ, ପୂର୍ବତନ ପଂଚାୟତ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ଜେନା, ଦୂର୍ଯ୍ୟୋଧନ କାଣ୍ଡି, ପୂର୍ବତନ ସରପଂଚ ସତ୍ୟନାରାୟଣ ମହାରଣା, ଯୁବନେତା ବସନ୍ତ ନାୟକ, ଜିତେନ୍ଦ୍ର ବେହେରା, ବସନ୍ତ ପରିଡା, ଦେବାଶିଷ ପଲେଇ, ସଂଜୟ ପ୍ରଧାନ, ପ୍ରଦୀପ କୁମାର ପଲେଇ, ରଂଜନ ବାରିକ ପ୍ରମୁଖ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।

 

ଶୁକ୍ରବାର ଏହି ମିଶ୍ରଣ ଦ୍ୱାରା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସମେତ ପୁରୀ ଜିଲ୍ଲାରେ ମଧ୍ୟ ଦଳୀୟ ସଂଗଠନ ବୃଦ୍ଧି ପାଇଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ବିଧାୟକ ସରୋଜ ପାଢୀ, ରାଜ୍ୟ ସଂପାଦକ ସରୋଜ କର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button