ବରିଷ୍ଠ କ୍ରିକେଟ ଦଳରେ କେବେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ ? ଦେଖନ୍ତୁ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ୧୭୫ ରନର ଇନିଂସ ଖେଳିବା ପରେ ଏବେ ସମସ୍ତଙ୍କ ମୁହଁରେ ବୈଭବ ସୂର୍ଯ୍ୟବଂଶୀ ପ୍ରଶଂସା । ଇଂଲଣ୍ଡ ବିପକ୍ଷ ଫାଇନାଲରେ, ବୈଭବ ୮୦ବଲରୁ ୧୭୫ ରନ୍ କରିବା ପରେ ପ୍ରଶଂସକଙ୍କ ମନରେ ଗୋଟିଏ ଇଚ୍ଛା। ବରିଷ୍ଠ ଭାରତୀୟ ଦଳରେ ଖେଳନ୍ତୁ ସୂର୍ଯ୍ୟବଂଶୀ।
କିନ୍ତୁ, ପ୍ରଶଂସକମାନଙ୍କ ଏହି ଇଚ୍ଛା ଏବେ ପୂରଣ ହୋଇପାରିବ ନାହିଁ । ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । କାରଣ I.C.C.ର ୨୦୨୦ ନିୟମ ଅନୁସାରେ ୧୫ ବର୍ଷ ନହେବା ଯାଏ ଜଣେ ଖେଳାଳି ବରିଷ୍ଠ ଦଳରେ ଭାଗ ନେଇପାରିବେ ନାହିଁ । ବୈଭବଙ୍କୁ ଏବେ ୧୪ ବର୍ଷ । ତେଣୁ ତାଙ୍କୁ ଏବଂ ପ୍ରଶଂସକଙ୍କୁ ଅତି କମରେ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଯଦି ବୈଭବଙ୍କ ଫର୍ମ ଠିକଠାକ୍ ରୁହେ ଏବଂ B.C.C.I. ଯଦି ତାଙ୍କୁ ଚୟନ କରେ ତେବେ ବରିଷ୍ଠ ଦଳରେ ସେ ଯୋଗ ଦେବେ ।
ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦ୍ୱିତୀୟ ଥର ପାଇଁ ବୈଭବଙ୍କୁ ଆଉ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳରେ ଦେଖିବାକୁ ମିଳିବ ନାହିଁ । ବୟଷ ଦୃଷ୍ଟିରୁ ଯଦିଓ ତାଙ୍କ ପାଖରେ ଆହୁରି ୨ଟି ବିଶ୍ୱକପ୍ ଖେଳିବାର ଯୋଗ୍ୟତା ଅଛି ତଥାପି B.C.C.I.ର ନିୟମ ଅନୁସାରେ ଜଣେ ଖେଳାଳି କେବଳ ଥରେ ମାତ୍ର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଖେଳିପାରିବେ । ଅଧିକ ସଂଖ୍ୟକ ଖେଳାଳି ସୃଷ୍ଟି କରିବା ଏବଂ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି B.C.C.I. ଏହି ନିୟମ କରିଛି । ତେବେ ବରିଷ୍ଠ ଭାରତୀୟ ଦଳରେ ବୈଭବଙ୍କ ଆବିର୍ଭାବ କେବେ ହେଉଛି ସେହି ସମୟକୁ କ୍ରିକେଟ ପ୍ରେମୀ ଅପେକ୍ଷା କରିଛନ୍ତି।




