
ଭୁବନେଶ୍ୱର ,ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ, ୨୦୨୪ ମସିହାରେ ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ଆଣିଥିଲେ । ଏହାପରେ, ୨୦୨୫ ମସିହା ବେଳକୁ ଆଉଥରେ ଆମେଣ୍ଡମେଣ୍ଟ ବିଲ୍ ଆଣିଲେ । ଏହି ସଂଶୋଧନ ବିଲ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ମନୋନାୟନ ନିୟମରେ ପରିବର୍ତ୍ତନ ଅଣାଯାଇଛି।ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ, ଦଳର ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ, ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ, ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।ଡ଼ ଅରୁଣ ସାହୁ କହିଥିଲେ, ୨୦୨୦ ମସିହାରେ କିଛି ଅସଙ୍ଗତିକୁ ଦୂର କରିବା ପାଇଁ, ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ସରକାର ଆଣିଥିଲେ । ଏହାଛଡା ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ପ୍ରସ୍ତାବକ୍ରମେ, ଓପିଏସସିକୁ ଉଚ୍ଚଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତିର ଦାୟିତ୍ୱ ଦିଆଯାଇଥିଲା ।ପୂର୍ବରୁ ଯୋଗ୍ୟତା ଭିତିରେ ମନୋନୟନ କରାଯାଉଥିବା ବେଳେ ନୂଆ ନିୟମ ଅନୁଯାୟୀ ପର୍ସନ ଅଫ ଏମିନେନ୍ସଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି କୁହାଯାଇଛି।ପରିବର୍ତ୍ତିତ ନିୟମ ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟପାଳଙ୍କ ପାଖକୁ ତିନୋଟି ନାମର ପ୍ରସ୍ତାବ ରଖିବେ ଓ ସେହି ତିନି ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ମନୋନାୟନ କରିବେ।ତେଣୁ ଏପରି ବ୍ୟବସ୍ଥାରେ, ସ୍ୱଛତା ରହିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି। କେଉଁ ଆଧାରରେ ରାଜ୍ୟ ସରକାର, ତିନି ଜଣଙ୍କୁ ବାଛିବେ, ସେନେଇ କୌଣସି ସ୍ପଷ୍ଟତା ନଥିବାରୁ, କେବଳ ଗୌରୀକ ବିଚାରରେ ଥିବା, ବ୍ୟକ୍ତିଙ୍କୁ ହିଁ ମନୋନୀତ କରାଯିବ ବୋଲି ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଥିଲେ।




