ଅନ୍ତର୍ଜାତୀୟବାଣିଜ୍ୟ

ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଦଖିବାକୁ ମିଳିଛି ।

ଭୁବନେଶ୍ୱର ,ସୁନା ଦର ବଢ଼ି ଚାଲିଥିବା ବେଳେ ଏଇ କିଛି ଦିନରେ ଗ୍ରାମ ପିଛା ୧୫ ହଜାର ପାର୍ କରିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ।ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ଗତ କାଲି ଅପେକ୍ଷା ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୧୨୦ ଟଙ୍କା ହ୍ରାସ ପାଇଛି।ଲଗାତାର ଦୁଇ ଦିନ ବୃଦ୍ଧି ପରେ, ମଙ୍ଗଳବାର, ଫେବୃଆରୀ ୧୦ ତାରିଖରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଦଖିବାକୁ ମିଳିଛି । ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ଏବଂ ପ୍ରମୁଖ ଆମେରିକୀୟ ଶ୍ରମ ବଜାର ଏବଂ ମୁଦ୍ରାସ୍ଫୀତି ତଥ୍ୟ ପୂର୍ବରୁ ନିବେଶକମାନେ ସତର୍କ ମନୋଭାବ ଗ୍ରହଣ କରିବା ଯୋଗୁଁ ମୂଲ୍ୟବାନ ଧାତୁଗୁଡ଼ିକର ଦର ଦାମ ହ୍ରାସ ପାଇଛି। ଫେଡେରାଲ ରିଜର୍ଭ ସୁଧ ହାରର ଭବିଷ୍ୟତ ଦିଗ ନିର୍ଣ୍ଣୟ କରିବାରେ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୪ ହଜାର ୪୩୯ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୭୫୨ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୮୧୪ ଟଙ୍କା ରହିଛି।ଆଜି MCX ରେ ରୂପାରେ ୨,୬୬୩ର ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଯାଇଛି, ଓ ଏହା ଏବେ କିଲୋଗ୍ରାମ ପିଛା ୨୫୯,୯୫୭ ରେ କାରବାର ହେଉଛି।ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୪ ହଜାର ୪୩୯ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୭୫୨ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୮୧୪ ଟଙ୍କା ରହିଛି।

Related Articles

Back to top button