ଅନ୍ୟାନ୍ୟସ୍ୱାସ୍ଥ୍ୟ

୨୦୨୭ରେ ଭାଙ୍ଗିପାରେ ଗ୍ଲୋବାଲ୍ ତାପମାତ୍ରା ରେକର୍ଡ

ଭୁବନେଶ୍ୱର ,ଆମେରିକା ଓ ଅଷ୍ଟ୍ରେଲିଆର ପାଣିପାଗ ବିଜ୍ଞାନୀମାନଙ୍କ କହିବା ଅନୁସାରେ, ୨୦୨୬ରେ ଆରମ୍ଭ ହେବାକୁ ଯାଉଥିବା ଏଲ୍‌ ନିନୋ ୨୦୨୭ ପର୍ଯ୍ୟନ୍ତ ଅଧିକ ଶକ୍ତିଶାଳୀ ହୋଇପାରେ। ଏହାର ପରିଣାମ ସ୍ୱରୂପ ୨୨୨୭ରେ ବିଶ୍ୱ ତାପମାତ୍ରା ଐତିହାସିକ ଉଚ୍ଚତାରେ ପହଞ୍ଚିବା ସମ୍ଭାବନା ରହିଛି। ଭାରତରେ ଏହାର ପ୍ରଭାବରେ ଲମ୍ବା ସମୟ ଧରି ଗରମ ରହିବା ସହ ଜଙ୍ଗଲ ଅଗ୍ନିକାଣ୍ଡର ଆଶଙ୍କା ବଢ଼ିପାରେ।ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଦେଶର ବହୁ ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ଦୁହେଁ ବଢ଼ିବା ଆରମ୍ଭ କରିଛି। ଏହି ପରିସ୍ଥିତିରେ ପାଣିପାଗ ବିଜ୍ଞାନୀମାନେ ଅନୁମାନ କରୁଛନ୍ତି ଯେ ୨୦୨୬ ବର୍ଷ ୨୦୨୩,୨୦୨୪ ଓ ୨୦୨୫ ପରି ଅତ୍ୟଧିକ ଗରମ ବର୍ଷ ହୋଇପାରେ। ଏହାର ପଛରେ ଉଚ୍ଚ ସ୍ତରର କାର୍ବନ ଡାଇଅକ୍ସାଇଡ୍ ନିଷ୍କରଣ ଓ ଏଲ୍‌ ନିନୋର ପୁନଃସକ୍ରିୟତାକୁ ମୁଖ୍ୟ କାରଣ ବୋଲି ଧରାଯାଉଛି।ଫେବୃଆରୀର ଦ୍ୱିତୀୟ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୨୬ ଡିଗ୍ରୀ ସେଲସିଅସ୍‌ରେ ପହଞ୍ଚିଯାଇଛି ଏବଂ ମାସ ଶେଷ ସୁଦ୍ଧା ଏହା ୩୦ ଡିଗ୍ରୀ ଛୁଇଁପାରେ। ଏଥିରୁ ଅନୁମାନ କରାଯାଉଛି ଯେ ମାର୍ଚ୍ଚ–ଅପ୍ରେଲ୍ ଏବଂ ଜୁନ–ଜୁଲାଇ ମାସରେ ଦେଶର ବହୁ ଅଞ୍ଚଳ ଭୟଙ୍କର ଗରମର ସାମ୍ନା କରିପାରେ।ପାଣିପାଗ ବିଶେଷଜ୍ଞମାନଙ୍କ ମତରେ, ୨୦୨୪-୨୫ର ରେକର୍ଡଭଙ୍ଗା ଗରମ ପରେ ଏବେ ୨୦୨୬ରେ ମଧ୍ୟ ସାଧାରଣରୁ ଅଧିକ ତାପମାତ୍ରା ରହିବାର ଆଶଙ୍କା ରହିଛି। ଏହି ପ୍ରଭାବ ୨୦୨୮ ପର୍ଯ୍ୟନ୍ତ ଜାରି ରହିପାରେ, ଯାହାର ପ୍ରମୁଖ କାରଣ ପ୍ରଶାନ୍ତ ମହାସାଗରରେ ଏଲ୍‌ ନିନୋର ସକ୍ରିୟତା ଓ ଜଳବାୟୁ ପରିବର୍ତ୍ତନ।

Related Articles

Back to top button