
ଭୁବନେଶ୍ୱର ,ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଉମରକୋଟ ସଂଗ୍ରାମ ମଞ୍ଚ ଗର୍ଜିଛି।
ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଞ୍ଚ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି ।
ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୂର୍ଣ୍ଣ ଅଖ ଚକ ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ପୁରା ଠପ୍ ହୋଇପଡିଛି। ମେଡିକାଲ କଲେଜ ପ୍ରତିଷ୍ଠା, ଭୂ-ବନ୍ଦୋବସ୍ତ, ମକା ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ସ୍ଥାପନ ଦାବି ହୋଇଛି।
ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ ହେଉଛି ।
ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ କଂଗ୍ରେସ ଏହାକୁ ସମର୍ଥଦନ କରିଛି।




