ଓଡ଼ିଶା

ହାତୀ ପାଇଁ ଚିନ୍ତାରେ ସରକାର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ; ହାତୀ ପାଖକୁ ଯାଆନ୍ତୁନାହିଁ କି ସେଲ୍ପି ନିଅନ୍ତୁନାହିଁ । ଦିନକୁ ଦିନ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ହାତୀ ଆସିଲେ ମାଇକ ଯୋଗେ ସଚେତନ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ହାତୀ ସଂଖ୍ୟା ବଢିବାରେ ଲାଗିଛି । ୧୮୦୦ ଜାଗାରେ ୨୩୦୦ରୁ ଅଧିକ ହାତୀ ଅଛନ୍ତି । କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ନାହିଁ । ତେଣୁ  ଜଙ୍ଗଲ ପରିସୀମା ବଢ଼ାଇବା ସହ ସେମାନଙ୍କ ପାଇଁ ବାଉଁଶ ଓ ଅନ୍ୟାନ୍ୟ ଗଛ ଲଗାଯିବା ପାଇଁ  ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ସରିଛି ।

 

Related Articles

Back to top button