
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଭୁବନେଶ୍ୱର ଲୋକସଭା ଆସନର ଏକାମ୍ର, ଉତ୍ତର, ମଧ୍ୟ ଓ ଜଟଣୀ ବିଧାନସଭା କ୍ଷେତ୍ରର ବୁଥ୍ ସ୍ତରୀୟ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ଯୋଡ଼ିବା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ, ସଠିକ ତଥ୍ୟ, ଘରେ-ଘରେ ଯାଞ୍ଚ କାର୍ଯ୍ୟ ଓ ତ୍ରୁଟି ଶୂନ୍ୟ ଭୋଟର ଲିଷ୍ଟ ସମ୍ପର୍କରେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ମାନଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ R. S. ଗୋପାଳନ ।
ପ୍ରତିଦିନ ବୁଥ ସ୍ତରରୁ ସମୀକ୍ଷା କରି ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କୁ ଅଗ୍ରଗତି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ। ଯେଉଁ ବୁଥ ସ୍ତରରେ କମ ପ୍ରତିଶତ ମ୍ୟାପିଂ ହୋଇଛି ସେ ଅଞ୍ଚଳରେ କିପରି ଶତ ପ୍ରତିଶତ ହୋଇପାରିବ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ B.L.O. ଓ ସୁପରଭାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାମ୍ପ କରି ଆଶା,କର୍ପୋରେଟରମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନତା କରି ସେମାନଙ୍କ ମ୍ୟାପିଂକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା କରିଥିଲେ।
ସେହିପରି ଅତିରିକ୍ତ C.E.O. ସୁଶାନ୍ତ କୁମାର ମିଶ୍ର କହିଥିଲେ ଯେ ଘର ଘର ବୁଲି ଭୋଟର ମାନଙ୍କ ତଥ୍ୟ ଯାଞ୍ଚ କରି ସ୍ୱତନ୍ତ୍ର ସଘନ ସଂଶୋଧନ ମ୍ୟାପିଂ ଶତ ପ୍ରତିଶତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକାମ୍ର ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।




