ଜାତିସଂଘ ରିପୋର୍ଟରେ ବଡ଼ ଖୁଲାସା

ଭୁବନେଶ୍ୱର ,ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଏକ ସଦସ୍ୟ ରାଷ୍ଟ୍ର କହିଛି ଯେ, ଆକ୍ରମଣ ପାଇଁ ଜୈଶ ଦାୟୀ। ଏହି ରିପୋର୍ଟ ସୀମାପାର ଆତଙ୍କବାଦ ବିଷୟରେ ପ୍ରଶ୍ନ ଉଠାଇଛି। ରିପୋର୍ଟ ଅନୁଯାୟୀ, ମାସୁଦ ଆଝାର ଅକ୍ଟୋବର ୮ ତାରିଖରେ ଏକ ପୃଥକ ମହିଳା ଶାଖା ଗଠନ ଘୋଷଣା କରିଥିଲା। ନୂଆ ଶାଖାର ନାମ ଜମାତ-ଉଲ-ମୁମିନାତ ଥିଲା। ଏହି ଶାଖା ଜାତିସଂଘ ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ, କିନ୍ତୁ ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣରେ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା କୁହାଯାଇଛି। ଜାତିସଂଘର ୩୭ତମ ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଲିଙ୍କ ସାମ୍ନାକୁ ଆସିଛି। ଏହି ରିପୋର୍ଟ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସୂଚନା ଦେଇ ଜାତିସଂଘର Analytical Support and Sanctions Monitoring Team କହିଛି ଯେ, ଲାଲକିଲ୍ଲା ନିକଟରେ ହୋଇଥିବା ଆକ୍ରମଣ ସହିତ ଆତଙ୍କବାଦୀ ସଂଗଠନ ଜୈଶର ଲିଙ୍କ୍ ଜଡିତ।




