
ଭୁବନ ୧୬/ଜୁନ୍ : ହୁ ହୁ ହେଇ ରାଜ୍ୟରେ ବଢ଼ିଚାଲିଛି ଡାଇରିଆ। ଯାଜପୁରରୁ ଆରମ୍ଭ କରି ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର,ପୁରୀ,ଭୁବନେଶ୍ୱର ଓ ଢେଙ୍କାନାଳରେ ବ୍ୟାପିଲାଣି ଡାଇରିଆ ।ଯାଜପୁର ଡ଼ାଇରିଆର କେନ୍ଦ୍ରସ୍ଥଳ ସତ୍ତ୍ୱେ ଢେଙ୍କାନାଳ ମଧ୍ୟ ପଛାଇନାହିଁ । ଢେଙ୍କାନାଳର ଭୁବନ ଚିକିତ୍ସଳୟରେ ମଧ୍ୟ ରୋଗୀ ସଂଖ୍ୟ ବଢ଼ିବାରେ ଲାଗିଛି,ଅଧିକାଂଶ ଲୋକ ଡାଇରିଆ ସଂକ୍ରମଣରେ ସଂକ୍ରମିତ ହେଲେଣି । ପ୍ରାୟ ୩୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଭୁବନ ସିଏଚସିରେ ଭର୍ତି ହେଲେଣି ବୋଲି ସୂଚନା ମିଳିଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନ ଚିକିତ୍ସଳୟରେ ପହଞ୍ଚି ଡାଇରିଆ ସ୍ତିତି ସମୀକ୍ଷା କରିଛନ୍ତି । କେମିତି ରୋଗୀ ମାନଙ୍କୁ ଉଚିତ ଚିକିଷ୍ୟ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନ ସିଏଚସି ରୁ ରାଜ୍ୟସ୍ତରୀୟ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଅଭିଯାନ ଦେଢ଼ ମାସ ଚାଲିବ । ଜୁନ 16 ରୁ ଜୁଲାଇ 31 ପର୍ଯ୍ୟନ୍ତ ଅର୍ଥାତ ଦେଢ଼ମାସ ପର୍ଯନ୍ତ ଏହି ଅଭିଯାନ ଜାରିରହିବ ବୋଲି ବିଧାୟକ, ସଂସଦ ଓ ପ୍ରତିନିଧି ମାନଙ୍କ ଗ୍ରହଣରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି” ଯାଜପୁର ଜିଲ୍ଲାରେ ଏହାର କେନ୍ଦ୍ର ଥିଲା, ଯେହେତୁ ଯାଜପୁରର ପାଖ ଜିଲ୍ଲା ସେଥିପାଇଁ ଅନ୍ୟ ଜିଲ୍ଲା ଗୁଡିକୁ ମଧ୍ୟ ଏହି ସଂକ୍ରମଣ ବ୍ୟାପୁଛି, ହେଲେ ଏପର୍ଯ୍ୟନ୍ତ 1000ରୁ ଅଧିକ ଲୋକ ସୁସ୍ତ ହୋଇ ଘରକୁ ଫେରିଲେଣି ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଘରକୁ ଘର ସ୍ୱାସ୍ଥ୍ୟ କର୍ମୀ ମାନେ ଯାଇ ଓଏରଏସ ଯୋଗାଇବା ଏହି ଅଭିଯାନ ଅନ୍ତର୍ଭୂକ୍ତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।