ଓଡ଼ିଶା
ଦେବଗଡ଼ ପୋଲିସ୍ କୁ ବଡ଼ ସଫଳତା, ଦୁଇ ସ୍ମାର୍ଟ ଫୋନ୍ ଲୁଟେରା ଗିରଫ୍

ଦେବଗଡ଼() ରାଜ୍ୟରେ ଗତ କିଛି ମାସ ହେଲା ଆତଙ୍କ ଖେଳାଇ ରଖିଛନ୍ତି ସ୍ମାର୍ଟ ଫୋନ୍ ଲୁଟେରା ଗ୍ୟାଙ୍ଗ । ପ୍ରତି ଜିଲ୍ଲାରେ ଭିନ୍ନ ଭିନ୍ନ ଉପାୟରେ ଲୁଟ୍ କରୁଛନ୍ତି ଏହି ଲୁଟେରା ।ଏହି ଗ୍ୟାଙ୍ଗକୁ ଧରିବା ରାଜ୍ୟ ପୋଲିସ୍ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଆଜି ଦେବଗଡ଼ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଗଞ୍ଜାମର ଦୁଇ ସ୍ମାର୍ଟଫୋନ୍ ଲୁଟେରାଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ୍ । ଲୁଟେରାଙ୍କ ଠାରୁ ପ୍ରାୟ ୬୩ଟି ସ୍ମାର୍ଟଫୋନ୍ ଜବତ୍ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଗୋଟିଏ ବାଇକ୍ ମଧ୍ୟ ଜବତ୍ କରାଯାଇଛି ।
ତେବେ ଏମାନଙ୍କ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ମାନଙ୍କ ପତ୍ତା ଲଗାଇବା ପାଇଁ ଦୁଇ ଲୁଟେରାଙ୍କୁ ପଚରା ଉଚରା ଜାରି ରଖିଛି ଦେବଗଡ଼ ପୋଲିସ୍ ।